ଓଡ଼ିଶାର ପର୍ବପର୍ବାଣୀ ଆମ ଉତ୍କଳରେ ଗୋଟିଏ କଥା ଅଛି, "ଵାର ମାସରେ ତେର ପର୍ବ"। ପ୍ରକୃତରେ ଏହା ସତ୍ୟ। କାରଣ ଉତ୍କଳ ଏକ ଧର୍ମପ୍ରଧାନ ରାଜ୍ୟ। ବହୁ ପ୍ରାଚୀନ କାଳରୁ ଏହି ରାଜ୍ୟର ଧର୍ମପ୍ରାଣ ଲୋକମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରି ଆସୁଛନ୍ତି। କେତେକ ପର୍ବ କୃଷି ସମ୍ପର୍କୀୟ ଓ କେତେକ ପର୍ବ ଅଧ୍ୟାତ୍ମଭିତ୍ତିକ। କେତେକ ପର୍ବ ସ୍ବାସ୍ଥ୍ୟ ନିୟମ ଉପରେ ପ୍ରତିଷ୍ଠିତ ହୋଇଥାଏ। ପୁଣି କେତେ ପର୍ବ ପାଳନ ପୁରାଣ ବା କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ।